ଓସ୍ତପତ୍ରରେ ରହିଛି ବହୁ ଔଷଧୀୟ ଗୁଣ

ଆମ ଚତୁପାର୍ଶ୍ୱରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି। ମାତ୍ର ଆମେ ଏହାର ଉପକାରିତା ବିଷୟରେ ଜାଣି ନ ଥାଉ। ଏହି ଯେମିତି ଓସ୍ତପତ୍ର। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଯାହା ସମ୍ପର୍କରେ କମ୍‌ ଜାଣିଛୁ। ତେବେ ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ…

ଓସ୍ତ ଗଛକୁ ଧାର୍ମିକ ବୋଲି କୁହାଯାଏ। ଏହା ଖାଲି ଧାର୍ମିକ ନୁହେଁ ଏହାର ପତ୍ର ଅନେକ ପ୍ରକାର ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ତ୍ୱଚାକୁ ସୁନ୍ଦର କରିଥାଏ। ଓସ୍ତ ମୂଳରେ ଆଣ୍ଟିଅକ୍ସିଡାଣ୍ଟ ସବୁଠୁ ଅଧିକ ରହିଥାଏ। ଗଛର ଚେରକୁ କାଟି ପାଣିରେ ଭିଜାଇ ଭଲ ଭାବେ ବାଟି ଏହାର ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ବାରା ତ୍ୱଚାରେ ଚମକ ଆସିବା ସହ ଚର୍ମରେ କୁଞ୍ଚନ ପଡ଼ି ଥାଏ।
ଓସ୍ତଗଛ ଗଣ୍ଡିରୁ ପ୍ରସ୍ତୁତ ବ୍ରଶ ଦ୍ବାରା ଦାନ୍ତ ମଜଭୁତ ହୋଇଥାଏ। ଏହି ବ୍ରଶରେ ସହିତ ଦାନ୍ତ ଚିକ୍‌ ଚିକ୍‌ କରିଥାଏ। ଓସ୍ତପତ୍ର ଥଣ୍ଡା କାଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।  ଓସ୍ତପତ୍ରକୁ ୫ଟି କ୍ଷୀରରେ ପକାଇ ଭଲ ଭାବେ ଫୁଟାନ୍ତୁ। ରୋଗ ପାଇଁ ଏହା ଖୁବ୍‌ ଭଲ। ଓସ୍ତପତ୍ରରେ ରସ ମିଶାଇ ପିଇଲେ ସ୍ବାସ୍ଥ୍ୟ ଭଲ ରହେ।