ଓ୍ବାଘା ବର୍ଡରରେ ସୋନାଲି

ମୁମ୍ବାଇ: ଏଥର ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରିଛନ୍ତି। ବିଶେଷ ଭାବେ ବଲିଉଡ୍‌ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ନୂଆବର୍ଷ ପାଳନ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ମାସ ହେବ କ୍ୟାନସରରୁ ଭଲ ହୋଇଥିବା ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ଏଥର ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ପ୍ରଥମେ ସେ ସ୍ବାମୀ ଗୋଲ୍‌ଡି ବେହେଲ, ପୁଅ ରଣବୀରଙ୍କ ସହ ମିଶି ଅମୃତସର ଯାଇଥିଲେ। ସେଠାରେ ସେ ଗୋଲଡେନ୍‌ ଟେମ୍ପଲ ଦର୍ଶନ କରିବା ସହ ସେଠାରୁ ସେ ଓ୍ବାଘା ବର୍ଡର ପହଞ୍ଚିଥିଲେ। ସୀମାନେ ପହଞ୍ଚି ସେଠାରେ ଥିବା ମହିଳା ସେନାଙ୍କ ସହ ମିଶି ଫଟୋ ଉଠାଇଥିଲେ। ଏବେ ଏମିତି କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

Share