Categories: ଫୁରସତ

ଓ୍ବାଟରୀ ହ୍ବିଲଚେୟାର୍‌: ସୁଇମ୍‌ ବ୍ଲାଡର୍‌ ଡିଜଅର୍ଡର ଥିବା ମାଛ ଭଲଭାବେ ପହଁରିପାରିବେ

ଦକ୍ଷିଣ କୋରିଆର ହେନରୀ କିମ୍‌ ହେଉଛନ୍ତି ଜଣେ ପ୍ରାଣୀପ୍ରେମୀ। ସେ ଘରେ ୨୦ଟି ଗୋଲ୍ଡ ଫିଶ୍‌ ପେଟ୍‌ଭାବେ ରଖିଛନ୍ତି। ତେବେ ସେହି ମାଛଙ୍କୁ ନିକଟରେ ସୁଇମ୍‌ ବ୍ଲାଡର୍‌ ଡିଜଅର୍ଡର ହୋଇଗଲା। ଫଳରେ ସେଥିରୁ କିଛି ମାଛ ମରିଗଲେ। ଉକ୍ତ ରୋଗରେ ମାଛମାନଙ୍କୁ ପହଁରିବାରେ ସମସ୍ୟା ସୃଷ୍ଟି ହୁଏ। ଫଳରେ ମାଛ ବୁଡି ମରି ଯାଆନ୍ତି। ମାଛଙ୍କର ଏଭଳି ଦଶା ଦେଖି ହେନରୀ ତିଆରି କଲେ ଏମିତି ଏକ ଯନ୍ତ୍ର, ଯାହାକି ସେମାନଙ୍କୁ ପହଁରିବାରେ ସାହାଯ୍ୟ କରିବ। ଫଳରେ ସେମାନେ ଆଗଭଳି ପହଁରିପାରିବେ ଓ ବୁଡି ମରିବେ ନାହିଁ। ଏହି ଯନ୍ତ୍ରକୁ ସେ କହିଲେ ଓ୍ବାଟରି ହ୍ବିଲଚେୟାର୍‌। ଏବେ ଏହି ହ୍ବିଲଚେୟାର ସାହାଯ୍ୟରେ ମାଛଗୁଡିକ ବେଶ୍‌ ଭଲଭାବେ ପହଁରିପାରୁଛନ୍ତିି।

Share