Categories: ଖେଳ

ଓ୍ବାଟଲିଂଙ୍କ ଲଢୁଆ ଅର୍ଦ୍ଧଶତକ

ଗାଲେ, ୧୬ା୮ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଜେ. ଓ୍ବାଟଲିଂଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ଭ୍ରମଣକାରୀ ଦଳର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୭୭ ରନ ଅଗ୍ରଣୀ ଲାଭ କରିଛି। ପ୍ରଥମ ଇନିଂସରେ ଶ୍ରୀଲଙ୍କାଠରୁ ୧୮ ରନରେ ପଛୁଆ ଥିବା ଶ୍ରୀଲଙ୍କା ଶୁକ୍ରବାର ଏହାର ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୧୯୫ ରନ କରିଛି। ନ୍ୟୁଜିଲାଣ୍ଡ ୨୦୦ ପାଖାପାଖି ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିପାରିଲେ ଘରୋଇ ଦଳ ପାଇଁ କଷ୍ଟସାଧ୍ୟ ସାବ୍ୟସ୍ତ ହୋଇ ପାରେ। ଗାଲେ ଟେଷ୍ଟରେ ବେଲିଂରେ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ମ୍ୟାଚ ଶେଷ ଆଡକୁ ସେମାନେ ଅଧିକ ବିପଜ୍ଜନକ ହୋଇ ପାରନ୍ତି। ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଓ୍ବାଟଲିଂଙ୍କ ଅପରାଜିତ ୬୩ ରନ ଭ୍ରମଣକରୀ ଦଳକୁ ଫାଇଦାରେ ରଖିଛି।
ନ୍ୟୁଜିଲାଣ୍ଡ ଏକଦା ୨୫ ରନରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଟପ୍‌ ବ୍ୟାଟ୍ସମ୍ୟାନ ରସ୍‌ ଟେଲର (୩) ଏବଂ କେନ୍‌ ଓ୍ବାଲିୟମସନ (୪) ଶୀଘ୍ର ଆଉଟ୍‌ ହୋଇଥିଲେ। ୧୨୪ ସ୍କୋରରେ ଦଳ ୬ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। କିନ୍ତୁ ଓ୍ବାଟଲିଂ ଏବଂ ଟିମ୍‌ ସୌଦି (୨୩) ପାର୍ଟନରଶିପ୍‌ରେ ମହତ୍ତ୍ୱପୂର୍ଣ୍ଣ ୫୪ରନ ଯୋଗ କରି ଦଳ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ:୨୪୯
ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୬୭
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ: ୧୯୫/୭
(ବି.ଜେ. ଓ୍ବାଟଲିଂ-୬୩*, ଟମ୍‌ ଲଥାମ୍‌-୪୫, ହେନ୍‌ରି ନିକୋଲାସ-୨୬, ଟିମ୍‌ ସୌଦି-୨୩, ଲସିଥ ଏମ୍ବୁଲଡେନିୟା-୪/୭୧, ଧନଞ୍ଜୟ ଡି’ସି୍‌ଲଭା-୨/୧୬)।

Share