Categories: ଜାତୀୟ

ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ଖେଳିବ ଭାଜପା

ମୁମ୍ବାଇ,୨୬।୧୧: ସୁପ୍ରିମକୋର୍ଟର ରାୟ ପରେ ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧିନ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ। ଏହା ପୂର୍ବରୁ ଭାଜପା ସବୁ ବିଧାୟକଙ୍କୁ ଡାକି ଏକ ଜରୁରୀ ବୈଠକର ଆୟୋଜନ କରିଛି। ଏହା ମଙ୍ଗଳବାର ରାତି ୯ଟାରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମର ଗରଓ୍ବାରେ କ୍ଲବରେ ହେବାର କାର୍ଯ୍ୟକ୍ରମ ରହିଛି। ଆଲୋଚନା ହେଲାଣି କି ମହାରାଷ୍ଟ୍ର ରାଜନୀତିର ଫାଇନାଲ ଖେଳ ସେହି ଷ୍ଟାଡିୟମରେ ହେବ ଯେଉଁଠି ଭାରତୀୟ କ୍ରିକେଟ ଦଳ ୨୦୧୧ରେ କ୍ରିକେଟ ଓ୍ବାର୍ଲଡ କପ ଜିତିଥିଲା। ଏବେ ଭାଜପାର ଏହି ବୈଠକରେ ସମସ୍ତ ୧୦୫ ବିଧାୟକଙ୍କ ସମେତ ଅନ୍ୟ ସ୍ବାଧିନ ଓ ଭାଜପାକୁ ସମର୍ଥନ କରୁଥିବା ବିଧାୟକମାନେ ଯୋଗଦେବେ ବୋଲି କୁହାଯାଉଛି। ଅବଶ୍ୟ ଏହା ପୂର୍ବରୁ ବିରୋଧି ୧୬୨ ବିଧାୟକଙ୍କୁ ନେଇ ଏକ ହୋଟେଲରେ ପରେଡ କରି ସାରିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ତୁରନ୍ତ ଭାଜପା କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହାପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଜରୁରୀ ବୈଠକ ହେବା ସହ ଏଥିରେ ଆଗକୁ ଥିବା ରଣନୀତି ବିଷୟରେ ଆଲୋଚନା କରାଯିବ।

Share