Categories: ଖେଳ

ଓ୍ବାର୍ନରଙ୍କ ଉପରକୁ ସ୍ୟାଣ୍ଡ ପେପର ପକାଇଲେ ଦର୍ଶକ

ବର୍ମିଂହାମ,୨।୮- ଏଠାରେ ଚାଲିଥିବା ପ୍ରଥମ ଆଶେସ ଟେଷ୍ଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର ଆଉଟ୍‌ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ସ୍ୟାଣ୍ଡ ପେପର ଉଡ଼ାଇ ଉତ୍ସବ ମନାଇଥିଲେ। ଅଷ୍ଟ୍ରେଲିଆନ ଓପନର ୨ ରନ୍‌ କରିଥିବାବେଳେ ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ଓ୍ବାର୍ନର ପ୍ୟାଭିଲିଅନ ଫେରୁଥିବାବେଳେ ଦର୍ଶକେ ଛିଡ଼ା ହୋଇ ହଳଦିଆ ରଙ୍ଗର ସ୍ୟାଣ୍ଡ ପେପର ପକାଇଥିଲେ। ଏହାର ଏକ ଭିଡ଼ିଓ ଇଂଲଣ୍ଡ କ୍ରିକେଟ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଉଲ୍ଲେଖଥାଉ କି, ଗତବର୍ଷ କେପଟାଉନ ଟେଷ୍ଟରେ ଓ୍ବାର୍ନରଙ୍କ ସହ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଓ କାମେରୋନ ବାନକ୍ରାଫ୍ଟ ସ୍ୟାଣ୍ଡ ପେପର ଦ୍ୱାରା ବଲ ଟାମ୍ପରିଂ କରିଥିଲେ। ଏଥିନେଇ ଓ୍ବାର୍ନର ଓ ସ୍ମିଥଙ୍କୁ ଏକବର୍ଷ ଓ ବାନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଥିଲା

Share