Posted inଖେଳ

ଓ୍ବାର୍ନର ଜିତିଲେ ଆଲାନ ବର୍ଡର ପଦକ

ମେଲବୋର୍ନ, ୧୦।୨ (ପି.ଟି.)- କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏହାର ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର ୩ୟ ଥର ଲାଗି ଆଲାନ ବର୍ଡର ପଦକ ଜିତିଛନ୍ତି। ସେହିଭଳି ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଏଲିସେ ପେରୀ ‘ବେଲିଣ୍ଡା କ୍ଲାର୍କ’ ପୁରସ୍କାର ହାସଲ କରିଛନ୍ତି। ପେରୀ ୨ୟ ଥର ଲାଗି ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି। ଓ୍ବାର୍ନରଙ୍କୁ ମଧ୍ୟ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟର୍‌ ପୁରସ୍କାର ମିଳିଛି।
କ୍ରିକେଟ୍‌ ଦଳର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ଙ୍କୁ ଭୋଟିଂରେ ପରାସ୍ତ କରି ଓ୍ବାର୍ନର ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ଗତ ବର୍ଷ ଏହି ପୁରସ୍କାର ବିଜେତା ପ୍ୟାଟ୍‌ କୁମିନ୍ସଙ୍କୁ ଏଥର ୩ୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୮ ମାର୍ଚ୍ଚରେ କେପ୍‌ ଟାଉନ୍‌ରେ ହୋଇଥିବା ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଏକ ବର୍ଷ ବାସନ୍ଦାଦେଶ ଭୋଗିବା ପରେ ଓ୍ବାର୍ନର ଗତ ବର୍ଷ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିପୂର୍ବରୁ ସେ ୨୦୧୬ ଓ ୨୦୧୭ରେ ଏହି ପୁରସ୍କାର ଲାଭ କରିଥିଲେ। ଏଥିସହ ଦୁଇ ବା ତତୋଧିକଥର ଆଲାନ ବର୍ଡର ପଦକ ଜିତିବାରେ ଓ୍ବାର୍ନର ଏଲିଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ରିକି ପଣ୍ଟିଂ, ମାଇକେଲ କ୍ଲାର୍କ, ଶେନ୍‌ ଓ୍ବାଟ୍‌ସନ ଓ ସ୍ମିଥ୍‌ ଏକାଧିକ ଥର ଏହି ପୁରସ୍କାର ହାସଲ କରିଛନ୍ତି। ଅପରପକ୍ଷରେ ଆଲିସା ହେଲୀଙ୍କୁ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଖେଳାଳି ପୁରସ୍କାର ଜିତିଛନ୍ତି।
ଅଷ୍ଟ୍ରେଲିଆ କ୍ରିକେଟ୍‌ ପୁରସ୍କାର
ବର୍ଷର ଶ୍ରେଷ୍ଠ ପୁରୁଷ ଦିନିକିଆ କ୍ରିକେଟର୍‌- ଆରୋନ୍‌ ଫିଞ୍ଚ୍‌
ର୍ବରେ ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର୍‌- ଆଲିସା ହେଲୀ
ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର୍‌- ମାର୍ନସ ଲାବୁସେନ
ବର୍ଷର ଶ୍ରେଷ୍ଠ ଘରୋଇ ପୁରୁଷ କ୍ରିକେଟର୍‌- ଶନ୍‌ ମାର୍ଶ
ବର୍ଷର ଶ୍ରେଷ୍ଠ ପୁରୁଷ ଟି୨୦ କ୍ରିକେଟର୍‌- ଡେଭିଡ୍‌ ଓ୍ବାର୍ନର
ବେଲିଣ୍ଡା କ୍ଲାର୍କ ପୁରସ୍କାର- ଏଲିସେ ପେରୀ
ଆଲାନ ବର୍ଡର ପଦକ- ଡେଭିଡ୍‌ ଓ୍ବାର୍ନର


Enter your email to get our daily news in your inbox.

All Right Reserved By Dharitri.Com

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri