Categories: ଜାତୀୟ

ଓ୍ବାର୍ଲଡ କପ୍‌ ପ୍ରେମ: ସୁନାରେ ବ୍ୟାଟ, ବଲ ତିଆରି କଲେ ଯୁବକ

ଅହମ୍ମଦାବାଦ,୧୬।୬: ଗୁଜରାଟ ଅହମ୍ମଦାବଦର ମନିଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ କ୍ରିକେଟ ବ୍ୟାଟ, ବଲ୍‌, ଷ୍ଟମ୍ପ, ବେଲ୍‌ ଆଦି ତିଆରି କରିଛନ୍ତି। କ୍ରିକେଟର ହେବାକୁ ପିଲାବେଳୁ ଇଚ୍ଛା ରଖିଥିବା ମନିଷ ଶେଷରେ ଜଣେ କ୍ରିକେଟ ପ୍ରଶଂସକ ହୋଇ ଯାଇଛନ୍ତି। ଆଉ ତାଙ୍କର ଏହି ଭଲପାଇବା ଏବେ ଦେଖିବାକୁ ମିଳିଛି ସୁନାରେ ତିଆରି ହୋଇଥିବା କ୍ରିକେଟର ଏହି ଉପକରଣ ଗୁଡିକରେ। ପ୍ରାୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏସବୁ ତିଆରି କରିଛନ୍ତି। ଏଥିପାଇଁ ୫୦ ଗ୍ରାମ ସୁନା ଲାଗିଛି। ସୁନାରେ ତିଆରି ହୋଇଥିବା ଓ୍ବାର୍ଲଡ କପ୍‌ ହେଉଛି ୩ ଇଞ୍ଚ, ୨ ଇଞ୍ଚର ବଲ୍‌ ଓ ଏକ ଇଞ୍ଚର ଷ୍ଟମ୍ପ। ଏସବୁକୁ ଦେଖିବାକୁ ଏବେ ମନିଷଙ୍କ ଘରେ ଲୋକଙ୍କ ଭିଡ ଲାଗିଛି। ଆଉ ଏହାକୁ ନେଇ ମନିଷ ବେଶ୍‌ ଖୁସି ଥିବା ଜଣାପଡିଛି।

Share