ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ: ୨୦ ମୃତ

ଓ୍ବାଶିଂଟନ,୪।୮: ଆମେରିକା ଟେକ୍ସାସ୍‌ରେ ଥିବା ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ଘଟି ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟୋରରେ କିଛି ସନ୍ଦିଗ୍ଧ ଥିବା ପୋଲିସ କହିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା କୁହାଯାଉଛି। ଅନ୍ୟ ଆକ୍ରମଣକାରୀଙ୍କ ସନ୍ଧାନ ଜାରି ରହିଥିବା ପୋଲିସ ସୂଚନା ଦେଇଛି।

Share