ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟ ଏକାଠି ହୋଇ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଏନ୍‌ଆର୍‌ସି ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ମହିଳା, ଛାତ୍ରୀଛାତ୍ର ସାମିଲ ଥିଲେ। ନାଗରିକ ଅଧିକାର ଓ ଧର୍ମୀୟ ସ୍ବାଧୀନତା ରକ୍ଷା ଆମର ଉଦ୍ଦେଶ୍ୟ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି। ଭାରତରେ ସିଏଏକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି।

Share