Categories: ଫୁରସତ

ଓ୍ବାଶିଂମେଶିନ୍‌ରେ ଏମିତି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟକ୍ତି, ଫଟୋ ଭାଇରାଲ

ଋଷ୍‌: ସାଧାରଣତଃ ଓ୍ବାଶିଂମେଶିନ୍‌ରେ କପଡ଼ା ଧୁଆ ଯାଇଥାଏ। ଯଦି ଏହା ଭିତରେ ଆପଣ ହଠାତ୍‌ କିଛି ଅଦ୍ଭୁତ ଦୃଶ୍ୟ ଦେଖିବେ ତେବେ ଲୋମ ଟାଙ୍କୁରି ଉଠିବା ସ୍ବାଭାବିକ। ଏମିତି ଏକ ଘଟଣା ଘଟିଛି ଋଷ୍‌ର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଓ୍ବାଶିଂମେଶିନରେ ଲୁଗାପଟା ସଫା କରିବା ପାଇଁ ପକାଇ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଆସି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ମେଶିନ୍‌ ଭିତରେ ତାଙ୍କ ପୁଅ ପଶିଥିବା ଦେଖି ତାଙ୍କର ହୋସ୍‌ ଉଡ଼ିଗଲା। କିନ୍ତୁ ପରେ ସତ କଥା ଜାଣି ତାଙ୍କର ଦେହରେ ଜୀବନ ପଶିଥିଲା। ଅସଲ କଥା ହେଲା ତାଙ୍କ ସ୍ତ୍ରୀ ପୁଅର ଚେହେରା ଥିବା ଏକ ଡ୍ରେସ୍‌ ଓ୍ବାଶିଂମେଶିନ୍‌ରେ ସଫା କରିବା ପାଇଁ ପକାଇଥିଲେ। ଯାହାକୁ ଦେଖି ବ୍ୟକ୍ତିଜଣକ ଡରି ଯାଇଥିଲେ। ପରେ ବ୍ୟକ୍ତିଜଣକ ନିଜେ ସୋସିଆଲ ମିଡିଆରେ ଏହାର ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଯଦି ଆପଣମାନେ ଡ୍ରେସ୍‌ ସଫା କରିବାକୁ ଯାଉଛନ୍ତି ତେବେ ପିଲାର ମୁହଁଥିବା ଡ୍ରେସ୍‌ରେ କିଛି ଚେତାବନୀ ଲେଖନ୍ତୁ।

ଫଟୋଟି A Russian And His Bike ଆଇଡିରେ ଶେୟାର ହୋଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ମଧ୍ୟ ଭଲ ଭଲ କମେଣ୍ଟ ଦେଉଛନ୍ତି। ଫଟୋକୁ ଦେଖି ପବ୍ଲିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏବେସୁଦ୍ଧା ଫଟୋଟିକୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିସାରିଲେଣି। କିଛି ୟୁଜର ଲେଖିଛନ୍ତି ଏମିତି ଦୃଶ୍ୟ ଦେଖିଲେ କାହାର ନା କାହାର ହାର୍ଟ ଆଟାକ୍‌ ହୋଇଯିବ।

Share