Categories: ଖେଳ

ଓ୍ବାସିମ ଜାଫରଙ୍କ ରେକର୍ଡ ୧୫୦ତମ ରଣ୍‌ଜୀ ମ୍ୟାଚ୍‌

ବିଜୟଓ୍ବାଡା,୯।୧୨- ଭେଟେରାନ ଓପନର ଓ୍ବାସିମ ଜାଫର ସୋମବାର ରଣଜୀ କ୍ୟାରିୟରର ୧୫୦ ମ୍ୟାଚ୍‌ରେ ପଦାର୍ପଣ କରିଛନ୍ତି। ଏଠାରେ ଆନ୍ଧ୍ର ପ୍ରଦେଶ ଓ ବିଦର୍ଭ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଜାଫର ଏହି ସମ୍ମାନଜନକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଜାଫରଙ୍କ ପଛକୁ ସର୍ବାଧିକ ରଣଜୀ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ଦେବେନ୍ଦ୍ର ବୁଣ୍ଡେଲା (୧୪୫ତମ) ଓ ଅମୋଲ ମୁଜୁମଦାର (୧୩୬ତମ) ରହିଛନ୍ତି। ଜାଫରଙ୍କ କ୍ୟାରିୟରରେ ୪୦ ଶତକ ସହ ୧୧,୭୭୫ ରନ୍‌ ରହିଛି। ମୁମ୍ବାଇରେ ଜନ୍ମୀତ ବ୍ୟାଟ୍ସମ୍ୟାନ ମୋଟ ୨୫୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୯,୧୪୭ ରନ୍‌ କରିଛନ୍ତି। ଦେଶ ପାଇଁ ସେ ୩୧ ଟେଷ୍ଟ ଓ ୨ ଦିନିକିଆ ମଧ୍ୟ ଖେଳିଛନ୍ତି। ଜାଫରଙ୍କ ୧୫୦ତମ ରଣଜୀ ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଘଟିଥିଲା। ମ୍ୟାଚ୍‌ବେଳେ ଗ୍ରାଉଣ୍ଡକୁ ଶାପ ପଶି ଯାଇଥିଲା।

Share