ଓ୍ବିକିପିଡିଆ ଓ୍ବେବ୍‌ ତାଲିକାରେ ସଂଗୀତକାର ପ୍ରେମାନନ୍ଦ ରାଜ୍ୟରେ ଶ୍ରୋତାଙ୍କ ପ୍ରଥମ ପସନ୍ଦ

ମାର୍ଶାଘାଇ,୨୬ା୮(ଡି.ଏନ୍‌.ଏ.)- ଅନ୍ତର୍ଜାତୀୟ ଓ ଜାତୀୟ ସିନେମାଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ସିନେମା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଓ୍ବିକିପିଡିଆ ଓ୍ବେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲୋକପ୍ରିୟ ହୋଇପାରିଛି। ଏହି ଓ୍ବେବ୍‌ସାଇଟ୍‌ର ତାଲିକାରେ ଓଡିଆ ସଂଗୀତ ନିର୍ଦ୍ଦେଶକ ଭାବେ ପ୍ରେମାନନ୍ଦ ସାମଲ ରାଜ୍ୟର ଶ୍ରୋତା ଓ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି।
ଏହି ଓ୍ବେବସାଇଟରେ ଓଡିଆ ସିନେଜଗତର ଅଭିନେତା ମିହିର ଦାସ, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି, ବାବୁସାନଙ୍କ ସମେତ ଅଭିନେତ୍ରୀ ଅନୁ ଚୌଧୁରୀ, ଅପରାଜିତା ମହାନ୍ତି, ଅର୍ଚ୍ଚିତା ସାହୁ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ସ୍ଥାନ ପାଇଛନ୍ତି। ସେହିପରି ନିର୍ଦ୍ଦେଶକ ଅଶୋକ ପତି, ବିଜୟ ଜେନା, ବିଶ୍ୱନାଥ ରଥ, ହର ପଟ୍ଟନାୟକ, ମହମ୍ମଦ ମହସିନ, ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଭୁବନେଶ୍ୱର ମିଶ୍ର, ବାଳକୃଷ୍ଣ ଦାସ, ଉପେନ୍ଦ୍ର କୁମାର, କଣ୍ଠଶିଳ୍ପୀ ମୁଖାର୍ଜୀ, ଅକ୍ଷୟ ମହାନ୍ତି, ଅନନ୍ୟା ନନ୍ଦ, ଅନୁରାଧା ପଡ୍‌ଓ୍ବାଲ ପ୍ରମୁଖ ଓଡିଆ ସିନେକଳାକାରଙ୍କ ନାମ ରହିଛି। ଓ୍ବିକିପିଡିଆ ଓ୍ବେବସାଇଟ୍‌ରେ ପ୍ରେମାନନ୍ଦଙ୍କ ସଫଳତା ପରେ ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।