Categories: ବାଣିଜ୍ୟ

ଓ୍ବିପ୍ରୋ ଶେୟାରଧାରୀଙ୍କୁ ଶେଷପତ୍ର ଲେଖିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୭-୭: ବୁଧବାର ଓ୍ବିପ୍ରୋର ଜୁନ୍‌ରେ ଶେଷ ହେଉଥିବା ତ୍ରୈମାସ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ କମ୍ପାନୀ ସିଏମ୍‌ଡି ଭାବେ ଅଜୀମ ପ୍ରେମ୍‌ଜୀ ଶେୟାରଧାରୀଙ୍କୁ ଶେଷଥର ପାଇଁ ଭାବବିହ୍ବଳ ପତ୍ର ଲେଖିଛନ୍ତି। ଏହି ପତ୍ରରେ ଭେଜିଟେବୁଲ ତେଲ କମ୍ପାନୀରୁ ଆଇଟି କ୍ଷେତ୍ରରେ ଅନ୍ୟତମ ଶୀର୍ଷ କମ୍ପାନୀ ହେବାରେ ଓ୍ବିପ୍ରୋର ଯାତ୍ରା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଡିଜିଟାଲ, କ୍ଲାଉଡ୍‌, ଇଞ୍ଜିନିୟରିଂ ସେବା ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ କମ୍ପାନୀର ପୁଞ୍ଜିନିବେଶ ବୃଦ୍ଧି ପାଇବ ବୋଲି ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। କମ୍ପାନୀରେ ଏବେ ୧ଲକ୍ଷ ୭୦ ହଜାର କର୍ମଚାରୀ ରହିଥିବା ବେଳେ ଡିଜିଟାଲ ଓ ଆର୍ଟିଫିସିଆଲ ଟେକ୍ନୋଲୋଜି ନିଯୁକ୍ତି କ୍ଷେତ୍ରରେ ବାଧକ ହେଉଛି। ଏହାକୁ ଦୂର କରିବା ଲାଗି କମ୍ପାନୀ ଭିନ୍ନ ବାଟ ଆପଣାଉଛି ବୋଲି ସେ କହିଛନ୍ତି। ତାଙ୍କ ପୁତ୍ର ରିଶଦ ପ୍ରେମଜୀ କମ୍ପାନୀକୁ ଆଗକୁ ନେଇଯିବେ ବୋଲି ଅଜୀମ କହିଛନ୍ତି। ଆସନ୍ତା ୩୧ରେ ଅଜୀମ ପ୍ରେମ୍‌ଜୀ ସିଏମ୍‌ଡି ପଦରୁ ଅବସର ନେବେ। ତାଙ୍କ ସ୍ଥାନ ନେବେ ରିଶଦ।

Share