Categories: ଖେଳ

ଓ୍ବିମ୍ବେଲଡନରେ ପ୍ରଥମ

ଲଣ୍ଡନ, ୧୦ା୭ (ଏଏଫ୍‌ପି)- ଓ୍ବିମ୍ବେଲଡନର ପ୍ରଥମ ୧୨-୧୨ ଫାଇନାଲ ସେଟ୍‌ ଟାଇବ୍ରେକ୍‌ ଚଳିତ ସଂସ୍କରଣରେ ଦେଖିବାକୁ ମିଳିଛି। ମଙ୍ଗଳବାର ହେନ୍‌ରି କୋଣ୍ଟିନେନ୍‌ ଓ ଜନ୍‌ ପିଅର୍ସ ଏବଂ ରାଜୀବ ରାମ ଓ ଜୋ ସାଲିସବରିଙ୍କ ମଧ୍ୟରେ ଅନୁଷ୍ଠିତ ପୁରୁଷ ଡବଲ୍ସ ମ୍ୟାଚରେ ଏହା ଦେଖିବାକୁ ମିଳିଛି। ୮ମ ସିଡ୍‌ କୋଣ୍ଟିିନେନ୍‌ ଓ ପିଅର୍ସ ଯୋଡ଼ି ୭-୬ (୭/୨), ୬-୪, ୩-୬, ୪-୬, ୧୩-୧୨ (୭/୨) ସେଟ୍‌ରେ ଏହି ମ୍ୟାଚ୍‌ ଜିତିଥିଲେ। ଏହି ମ୍ୟାଚ ୪ ଘଣ୍ଟା ୨୯ ମିନିଟ ଧରି ଚାଲିଥିଲା। ବ୍ୟାଡ୍‌ଲାଇଟ୍‌ ଯୋଗୁ ସୋମବାର ତୃତୀୟ ରାଉଣ୍ଡ ମ୍ୟାଚ ସସ୍‌ପେଣ୍ଡ ହୋଇଥିଲା ମଙ୍ଗଳବାର ୧,୭୫୦ ଆସନ ବିଶିଷ୍ଟ କୋର୍ଟ ନମ୍ବର ୧୨ରେ ଏହି ମ୍ୟାଚ ଖେଳାଯାଇଥିଲା। ୨୦୧୮ରେ କେଭିନ ଆଣ୍ଡରସନ ଏକ ପୁରୁଷ ସେମିଫାଇନାଲ ମ୍ୟାଚରେ ଜନ୍‌ ଇଜନରଙ୍କୁ ହରାଇ ଦେଇଥିଲେ। ଗ୍ରାଣ୍ଡସ୍ଲାମ ଇତିହାସରେ ଏହାଥିଲା ଦ୍ୱିତୀୟ ଦୀର୍ଘ ମ୍ୟାଚ୍‌। ଏହା ୬ଘଣ୍ଟା ୩୬ ମିନିଟ ଖେଳାଯାଇଥିଲା। କେବଳ ଫାଇନାଲ ସେଟ୍‌ ୨ ଘଣ୍ଟା ୫୦ ମିନିଟ୍‌ ଧରି ଅନୁଷ୍ଠିତ ହୋଇଥିଲା। ତାହା ୨୬-୨୪ରେ ଫଇସଲା ହୋଇଥିଲା। ନୋଭାକ୍‌ ଜୋକୋଭିଚ୍‌ ଓ ରାଫାଲ ନାଡାଲଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ୫ ଘଣ୍ଟା ୧୫ ମିନିଟ୍‌ ଖେଳାଯାଇଥିଲା। ଫାଇନାଲ ସେଟ୍‌ରେ ଜୋକୋଭିଚ୍‌ ୧୦-୮ରେ ନାଡାଲକୁ ପରାସ୍ତ କରିଥିଲେ।

Share