Categories: ଖେଳ

ଓ୍ବିମ୍ବେଲଡନ କ୍ୱାଲିଫାୟର୍ସ: ଦ୍ୱିତୀୟ ରାଉଣ୍ଡରୁ ରାମକୁମାରଙ୍କ ବିଦାୟ

ଲଣ୍ଡନ, ୨୬ା୬ (ପି.ଟି.): ଭାରତର ରାମକୁମାର ରମାନାଥନ ଏକ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ପ୍ରବେଶ କରିବାରେ ପୁଣି ବିଫଳ ହୋଇଛନ୍ତି। ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ ପାଇଁ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ଦ୍ୱିତୀୟ ରାଉଣ୍ଡରେ ସେ ପୋଲାଣ୍ଡର କାମିଲ ମାଜକ୍ରାଜାକ୍‌ଙ୍କଠାରୁ ହାରିଯାଇଛନ୍ତି। ଅଣସିଡ୍‌ ଭାରତୀୟ ୧୧ତମ ସିଡ୍‌ ତଥା ବିଶ୍ୱର ୧୧୧ତମ ମାନ୍ୟତାପ୍ରାପ୍ତ ଖେଳାଳିଙ୍କଠାରୁ ୬-୭ (୫) ୩-୬ ସେଟ୍‌ରେ ପରାସ୍ତ ହୋଇଯାଇଛନ୍ତି। ମ୍ୟାଚରେ ରାମକୁମାର ଗୋଟିଏ ହେଲେ ବ୍ରେକ୍‌ ପଏଣ୍ଟ ପାଇ ନ ଥିବାବେଳେ ତାଙ୍କ ପ୍ରତିପକ୍ଷ ୭ ସୁଯୋଗରୁ ଦୁଇଟି ପରୁପାନ୍ତରିତ କରିବାରେ ସମର୍ଥ ହୋଇଥିଲେ। ଚେନ୍ନାଇର ୨୪ ବର୍ଷୀୟ ରାମ କୁମାର ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୧୫୪ତମ ସ୍ଥାନରେ ଅଛନ୍ତି। ୨୦୧୫ଠାରୁ ଏକ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର ପାଇଁ ଯୋଗ୍ୟତା ହାସଲ କରିବା ଲାଗି ସେ ଉଦ୍ୟମ ଚଳାଇଆସିଛନ୍ତି। କିନ୍ତୁ ସେ ସଫଳ ହୋଇ ପାରୁନାହାନ୍ତି। ୨୦୧୮ରେ ସେ ମୁଖ୍ୟ ଡ୍ର ନିକଟତର ହୋଇ ପାରିଥିଲେ। ଅଷ୍ଟ୍ରେଲିଆନ ଓପନରେ ସେ ତୃତୀୟ ଓ ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ପ୍ରବେଶ କରିପାରିଥିଲେ।

Share