Advertisement
Categories: Home Leftଖେଳ

ଓ୍ବିଲିୟମସନଙ୍କୁ ପଛରେ ପକାଇଲେ ସ୍ମିଥ୍‌

ଦୁବାଇ,୧୯।୮: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ କ୍ରମାଗତ ଶତକ ଲଗାଇବା ପରେ ଲଡର୍‌ସ ଟେଷ୍ଟରେ ୯୨ ରନ୍‌ର ଇନିଂସ ଖେଳିଥିଲେ। ଏଥିଯୋଗୁ ସେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ବିଲିୟମସନଙ୍କୁ ଅତିକ୍ରମ କରି ଦ୍ୱିତୀୟ ମାନ୍ୟତା ହାସଲ କରିଛନ୍ତି। ସେ ଏବେ କୋହଲିଙ୍କଠାରୁ ମାତ୍ର ୯ ପଏଣ୍ଟ ପଛରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପାଟ କୁମିନ୍ସ ଶୀର୍ଷ ସ୍ଥାନରେ ନିଜ ସ୍ଥିତିକୁ ଦୃଢ଼ କରିଛନ୍ତି। କେତେକ ଅଷ୍ଟ୍ରେଲିଆନ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ଟ୍ରାଭିସ ହେଡ୍‌ ପୂର୍ବପେକ୍ଷା ଦୁଇଟି ସୋପାନ ଉପରକୁ ଉଠି ୧୮ତମ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଗାଲେ ଟେଷ୍ଟରେ ୧୨୨ ରନ୍‌ର ବିଜୟୀ ଇନିଂସ ଖେଳିଥିବା ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ସେ ୮ମ ସ୍ଥାନ ଅଧିକାର କରିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel