ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତ ଏବେ ତାଙ୍କ ଓ୍ବେବ ସିରିଜ କାମରେ ବ୍ୟସ୍ତ ଅଛନ୍ତି। ଏହାକୁ ନେଇ ସେ ଖୁବ୍ ଏକ୍ସସାଇଟେଡ ମଧ୍ୟ ଅଛନ୍ତି। ଓ୍ବେବ ସିରିଜ ‘ହଣ୍ଡ୍ରେଡ’ରେ କାମ କରୁଛନ୍ତି ଲାରା। ଏହାକୁ ନେଇ ସେ ଲାଗାତାର କିଛି ନା କିଛି ସୂଚନା ଦେଇ ଚାଲିଛନ୍ତି। ତାଙ୍କର ଏହି ଡିଜିଟାଲ ଡେବ୍ୟୁକୁ ନେଇ ଲାରା କହିଛନ୍ତି ଏଥିପାଇଁ ତାଙ୍କୁ ଶାଢି ପିନ୍ଧି ବାଇକ୍ ଚଲାଇବା ବେଳେ ଖୁବ୍ ଡର ଲାଗିଥିଲା। ଏହି ଓ୍ବେବ ସିରିଜରେ ସେ ଏକ ପାରମ୍ପରିକ ଶାଢି ପିନ୍ଧି ମହିଳା ବାଇକ୍ ରାଲିର ନେତୃତ୍ୱ ନେଇଥିବା ଦେଖିବାକୁ ମିଳିବ। ନିକଟରେ ଏହାକୁ ନେଇ ଏକ ସାକ୍ଷାତ୍କାରରେ ଲାରା କହିଥିଲେ ‘ହଣ୍ଡ୍ରେଡ’ରେ ସୌମ୍ୟା ଶର୍ମା ଚରିତ୍ରରେ ସବୁଠାରୁ ବଡ ଅନୁଭୁତି ଥିଲା ପାରମ୍ପରିକ ଶାଢିରେ ରୟାଲ ଏନଫିଲ୍ଡ ମୋଟରସାଇକେଲ ଚଲାଇବା। ପାଖାପାଖି ୨୦ ବର୍ଷ ହେବ ବାଇକ୍ ଚଲାଇବା ଅଭ୍ୟାସ ଛାଡି ଯାଇଥିବାରୁ ଏହାକୁ ନେଇ ସେ ଭୟଭିତ ଥିଲେ ସତ ହେଲେ ସବୁକିଛି ଠିକ୍ ଭାବେ ହୋଇଥିବାରୁ ଏହା ତାଙ୍କର ସ୍ମୃତି ହୋଇ ରହିଗଲା ବୋଲି ସେ କହିଛନ୍ତି।