Categories: ଜାତୀୟ

ଓ୍ବେଲସ୍ପୁନ୍‌ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଖୁସିରେ ନାଚିଲେ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୨: ଓ୍ବେଲସ୍ପୁନ୍‌ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଅଫିସ୍‌ରେ ଖୁସିରେ ନାଚୁ ଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୪୫ ସେକେଣ୍ଡର ଏହି ଭିଡ଼ିଓରେ ହିନ୍ଦୀ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡିର ଗୀତ ‘ମୁକାବିଲା’ର ତାଳେତାଳେ ଦିପାଳୀ କର୍ମଚାରୀଙ୍କ ସହିତ ନାଚୁଥିବାର ଦେଖିବାକୁ ମିଳୁଛି। ଟୁଇଟରରେ ଶେୟାର କରାଯାଇଥିବା ଏହି ଭିଡ଼ିଓକୁ ଇତିମଧ୍ୟରେ ଲକ୍ଷେ ୪୮ ହଜାରରୁ ଅଧିକ ୟୁଜର ଦେଖିସାରିଲେଣି। କାର୍ଯ୍ୟାଳୟରେ ମାଲିକ ଏବଂ କର୍ମଚାରୀଙ୍କ ମଧ୍ୟରେ ଏଭଳି ସମ୍ପର୍କକୁ ବହୁ ୟୁଜର ପ୍ରଶଂସା କରିଛନ୍ତି।

Share