Categories: ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ: ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୭।୯(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତ ଅବସରରେ ଭାରତୀୟ କ୍ରିକେଟର ଦଳରେ ଜଣେ ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ ଆସିଥିଲା। ଆଣ୍ଟିଗୁଆରେ ଜଣେ ମହିଳା ହଟେଲ କର୍ମଚାରୀଙ୍କୁ ସମ୍ପୃକ୍ତ ସଦସ୍ୟ ଜଣକ ଦୁର୍ବବ୍ୟବହାର କରିଥିଲେ। ଆଣ୍ଟିଗୁଆରେ ଅଗଷ୍ଟ ୨୨ରୁ ୨୬ ତାରିଖ ମଧ୍ୟ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଏହି ଘଟଣା ସାମ୍‌ନାକୁ ଆସିଥିଲା। ତେବେ ଚିହ୍ନି ନ ପାରିବା କାରଣରୁ ଏଭଳି ଘଟଣା ଘଟିଥିଲା ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି । ପୂର୍ବତନ ଟିମ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମ ସେପ୍ଟେମ୍ବର ୨୫ ତାରିଖରେ ଏ ସଂକ୍ରାନ୍ତରେ ପ୍ରଶାସକକ କମିଟି (ସିଓଏ)କୁ ଇମେଲ୍‌ ଜରିଆରେ ପ୍ରଥମେ ଅଭିଯୋଗ ଆଣିଥିଲେ। ପରେ ସୁନୀଲ ତାଙ୍କର ଏହି ଅଭିଯଯୋଗକୁ ପ୍ରତ୍ୟାହାର କରିନେଇଥିଲେ। ସମ୍ପୃକ୍ତ ସଦସ୍ୟାଙ୍କୁ ଏ ନେଇ ପଚରାଉଚାର କରାଯିବା ଉଚିତ ବୋଲି ସେ କହିଥିଲେ। ତେବେ ଏବେ ସତ ଘଟଣା ପଦାକୁ ଆସିଛି। ଚିହ୍ନି ନ ପାରିବା କାରଣରୁ ଏପରି ଘଟଣା ଘଟିଥିଲା। ତଦନ୍ତ ପରେ ଏଥିପାଇଁ ଆଣ୍ଟୁଗୁଆ ପୋଲିସ ସମ୍ପୃକ୍ତ ସଦସ୍ୟଙ୍କୁ ଅରୋପ ମୁକ୍ତ କରି ଛାଡ଼ି ଦେଇଥିଲା। ସମ୍ପୃକ୍ତ ମହିଳାଙ୍କୁ ଭାରତର ସବୁ ସପୋର୍ଟ ଷ୍ଟାଫଙ୍କ ଫଟୋ ଦେଖାଯାଇଥିଲା। ତେବେ ମହିଳା ଜଣକ କାହାକୁ ଚିହ୍ନି ପାରି ନ ଥିଲେ।

Share