Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଆଗରେ ବିଶାଳ ଟାର୍ଗେଟ

ବିଶାଖାପାଟଣା,୧୮।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୮୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫୦ ଓଭରରେ ୫ ଉଇକେଟ ହରାଇ ୩୮୭ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପାଇଁ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ୩୭ ଓଭର ପର୍ଯ୍ୟନ୍ତ ଖେଳି ୨୨୭ ରନ୍‌ କରିଥିଲେ। ଲୋକେଶ ରାହୁଲ (୧୦୨) ଶତକ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ। ରୋହିତ ୧୫୯, ଶ୍ରେୟାସ ଆୟାର ୫୩, ରିଷଭ ପନ୍ତ ୩୯, କେଦାର ଯାଦବ ୧୬ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଅଧିନାୟକ ବିରାଟ କୋହଲି ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ଭ୍ରମଣକାରୀ ବୋଲରଙ୍କ ମଧ୍ୟରେ ଶେଲ୍ଡନ କଟ୍‌ରେଲ ୨ ଉଇକେଟ ନେଇଥିବାବେଳେ କିମୋ ପଲ, ଆଲଜେରି ଜୋଶେଫ ଓ ଅଧିନାୟକ କିରୋନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ହାତେଇଛନ୍ତି।

Share