Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଦିନିକିଆ ପୂର୍ବରୁ ଖୋଲିବ ଚେପକ ଗ୍ରାଉଣ୍ଡର ୩ ଷ୍ଟାଣ୍ଡ

ଚେନ୍ନାଇ,୧୨।୧୧- ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ ଯଥା ଆଇ, ଜେ ଓ କେ ଖୋଲିବାକୁ ଯାଉଛି। ଏହାର ଅର୍ଥ ଆଗାମୀ ମାସ ୧୫ ତାରିଖରେ ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ବେଳେ ଷ୍ଟାଡିୟମ ସମ୍ପୂର୍ଣ୍ଣ ଫୁଲ ରହିବ। ଅନ୍ତିମ ଥର ୨୦୧୨ରେ ଚେପକ ଷ୍ଟାଡିୟମର ସମସ୍ତ ଗ୍ୟାଲେରିରେ ଦର୍ଶକମାନେ ଭାରତ-ପାକିସ୍ତାନ ମ୍ୟାଚ୍‌ ଉପଭୋଗ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ) ଓ ଚେନ୍ନାଇ ମୁନିସିପାଲ କର୍ପୋରେଶନ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଯିବା ନେଇ ବିଶେଷ ସମ୍ଭାବନା ରହିଛି। ଟିଏନ୍‌ସିଏ ଗତ ମାସରେ ଷ୍ଟାଡିୟମର ପୁନଃ ନବୀକରଣ ପାଇଁ ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ଏବେ କର୍ପୋରେଶନ ସ୍ବୀକାର କରିବାର ଅପେକ୍ଷାରେ ରହିଛି। ଉକ୍ତ ୩ ଷ୍ଟାଣ୍ଡରେ ୧୨ ହଜାର ଦର୍ଶକ ବସି ପାରିବେ। ପୂର୍ବରୁ ରାଜ୍ୟ ରାଜସ୍ବ ବିଭାଗ ଲିଜ୍‌ର ରେଣ୍ଟ ଓ ସମୟସୀମା ଧାର୍ଯ୍ୟ ପାଇଁ ସମୟ ନେଇଥିଲା। ପରେ ଲିଜର ସମୟସୀମା ୨୦ ବର୍ଷ ଧାର୍ଯ୍ୟ ହୋଇଥିଲା। ଏଥିନେଇ ରାଜ୍ୟ ରାଜସ୍ବ ବିଭାଗ ଟିଏନ୍‌ସିଏ ଓ ଅନ୍ୟ କ୍ରୀଡ଼ା ଆସୋସିଏଶନ ଏମ୍‌ସିସି ଏବଂ ମାଡ୍ରାସ ରେସ କ୍ଲବର ରିସିପ୍ଟ ମଗାଇଥିଲା। ରିସିପ୍ଟ ମିଳିବା ପରେ ହିଁ ରାଜସ୍ବ ବିଭାଗର ରେଣ୍ଟ ଧାର୍ଯ୍ୟ କରାଯିବ। ଭାରତୀୟ କମ୍ପଟ୍ରୋଲର ଓ ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁଯାୟୀ, ଟିଏନସିଏ ଓ ମାଡ୍ରାସ କ୍ରିକେଟ କ୍ଲବ (ଏମ୍‌ସିସି) ୨୦୦୦-୧୬ର ରେଣ୍ଟ ଲାଗି ୨,୦୮୧ କୋଟି ଟଙ୍କା ଏପର୍ଯ୍ୟନ୍ତ ବକେୟା ରହିଛି। କିନ୍ତୁ କ୍ରୀଡ଼ା ଆସୋସିଏଶନ ସମ୍ପତ୍ତିର ଟିକସ ଅପେକ୍ଷାକୃତ କମ୍‌ ରହେ। ଏଣୁ ରେଣ୍ଟ ପାଇଁ ଆହୁରି କମ୍‌ ରେଣ୍ଟ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି।

Share