ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ : ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀ ବନ୍ଦ

ବାରଙ୍ଗ,୨୮।୧(ଡି.ଏନ୍‌.ଏ.): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ମିଳିଛି। ଏହା ସ୍ପଷ୍ଟ ହେବା ପରେ ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀକୁ ମଙ୍ଗଳବାରଠାରୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ଏ ନେଇ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକମାନେ ବିହଙ୍ଗ ସରଣୀ ଦେଖିବାରୁ ବଞ୍ଚିତ ରହିବେ। ତେବେ ଏହା କେତେଦିନ ବନ୍ଦ ରହିବ ସେ ନେଇ କର୍ତ୍ତୃପକ୍ଷଙ୍କଠାରୁ କୌଣସି ସୂଚନା ମିଳିପାରି ନାହିଁ।

Share