Categories: ଖେଳ

ଓଏଫ୍‌ସି ମହିଳା ଦଳରେ ଫଷ୍ଟିନା

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ଘାନାର ପୂର୍ବତନ ୨୦ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଖେଳାଳି ଫଷ୍ଟିନା ଓରୋନ୍ୟୋ ଆକ୍‌ପୋଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍‌ସି। ଗତ ସିଜନରେ ଜୋର୍ଡାନ ଓମେନ୍ସ ଲିଗ୍‌ରେ ଅଲ୍‌ ନାସେର ଓମେନ୍ସ କ୍ଲବ ପକ୍ଷରୁ ଫଷ୍ଟିନା ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେଠାରେ ଜଣେ ଚତୁର ଗୋଲ ସ୍କୋରର ଭାବେ ସେ ନିଜକୁ ପ୍ରମାଣିତ କରିଥିଲେ। ଅଗ୍ରଭାଗରେ ଆକ୍ରମଣ ଦକ୍ଷତା ଏବଂ ଅଭିଜ୍ଞତା ଓଡ଼ିଶା ଏଫ୍‌ସିକୁ ଆଗାମୀ ସିଜନରେ ଅଧିକ ମଜଭୁତ କରିବ ବୋଲି ଅନୁଭବ କରାଯାଉଛି।

Share