Categories: ବାଣିଜ୍ୟ

ଔଦ୍ୟୋଗିତ ଉତ୍ପାଦନ, ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୬: ଖଣି ଓ ବିଜୁଳି ଉତ୍ପାଦନରେ ସୁଧାର ହେବା କାରଣରୁ ଏପ୍ରିଲରେ ଔଦ୍ୟୋଗିକ ଉପତ୍ାଦନ ବିକାଶ ହାର ୩.୪% କୁ ବୃଦ୍ଧି ପାଇଛି, ଯାହା କି, ୬ ମାସର ସର୍ବୋଚ୍ଚ ସ୍ତର କୁହାଯାଉଛି। ଅନ୍ୟପକ୍ଷରେ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୦୫%କୁ ବୃଦ୍ଧି ପାଇଛି, ଯାହା କି, ୭ ମାସର ସର୍ବୋଚ୍ଚ ସ୍ତର ରହିଛି। ସିଏସ୍‌ଓ ପକ୍ଷରୁ ବୁଧବାର ଜାରି ପରିସଂଖ୍ୟାନ ଅନୁଯାୟୀ, ୨୦୧୮ ଏପ୍ରିଲରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ୪.୫% ରହିଥିଲା। ଖଣି ଖନନ କ୍ଷେତ୍ରର ଉତ୍ପାଦନ ୫.୧% ବୃଦ୍ଧି ପାଇଛି। ପୂର୍ବ ବର୍ଷର ସମାନ ଅବଧିରେ ଏହା ୩.୮% ରହିଥିଲା। ଆଲୋଚ୍ୟ ଅବଧିରେ ବିଜୁଳି ଉତ୍ପାଦନ ୬% ବଢ଼ିଛି। ଗତବର୍ଷ ଏହା ୨.୧% ଥିଲା। ତେବେ ମାନୁଫାକ୍‌ଚରିଂ କ୍ଷେତ୍ର ଧିମା ପଡିଯାଇଛି। ଏଥିପୂର୍ବରୁ ଗତବର୍ଷ ଅକ୍ଟୋବରରେ ଔଦ୍ୟୋଗିକ ଉତ୍ପାଦନ ସର୍ବୋଚ୍ଚ ସ୍ତର ୮.୪% ଥିଲା। ସେହିପରି ଖାଦ୍ୟପଦାର୍ଥ ମୂଲ୍ୟ ବୃଦ୍ଧି କାରଣରୁ ଖୁଚୁରା ମୁଦ୍ରାସ୍ଫୀତି ମେ’ରେ ବୃଦ୍ଧି ପାଇଛି। ସିଏସ୍‌ଓର ତଥ୍ୟ ଅନୁଯାୟୀ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲରେ ୨.୯୯% ରହିଥିଲା। ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ଖାଦ୍ୟ ମୁଦ୍ରାସ୍ଫୀତି ମେ’ରେ ୧.୮୩% ରହିଥିଲା। ଏହା ଏପ୍ରିଲର ୧.୧% ତୁଳନାରେ ଅଧିକ ଥିଲା।

Share