ଔପଦା ଡାକ୍ତରଖାନା ହେଲା ସାନିଟାଇଜ୍‌

ଔପଦା,୧୨।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ମହକୁମାର ୧୯୪୨ ମସିହା ଠାରୁ ସ୍ଥାପିତ ବହୁ ପୁରାତନ ଔପଦା ଡାକ୍ତରଖାନାରୁ ଦୀର୍ଘଦିନରୁ ପଡ଼ିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି। ଅଳିଆ ସଫା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତରଖାନାକୁ ସାନିଟାଇଜ୍‌ ମଧ୍ୟ କରାଯାଇଛି। ସରକାରଙ୍କ ସ୍ତରରେ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଜରୁରୀକାଳୀନ ସେବା ପାଇଁ ୫ଟି ଶଯ୍ୟା ବିଶିଷ୍ଟ କରାଯାଉଥିବାବେଳେ ଏହା ଏକ ସ୍ବତନ୍ତ୍ର ଗୃହରେ କରାଯିବ ବୋଲି ବ୍ଲକ କୋଭିଡ଼-୧୯ର ନୋଡାଲ ଅଧିକାରୀ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି। ଏହି ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ସ୍ତରରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ଅଛି ବୋଲି ନୋଡାଲ ଅଧିକାରୀ ମହାନ୍ତି କହିଛନ୍ତି। ସ୍ଥାନୀୟ ଅଗ୍ନିଶମ ବିଭାଗର ଇନଚାର୍ଜ ହରିଶ ନାଥଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନଙ୍କୁ ନେଇ ଡାକ୍ତରଖାନା ପରିସର ସହ ସ୍ଥାନୀୟ ବସଷ୍ଟାଣ୍ଡ ଗୋଲେଇ ଓ ବ୍ଲକ ପରିସରକୁ ମଧ୍ୟ ସାନିଟାଇଜ୍‌ କରାଯାଇଛି।