ପୁଣେ, ୧।୭: ମହାରାଷ୍ଟ୍ରର ଔରଙ୍ଗାବାଦ ରେଳ ଷ୍ଟେଶନର ନାଁ ବଦଳାଇ ସଂଭାଜୀନଗର ରଖିଛନ୍ତି ତିନି ଯୁବକ। ଦୁହେଁ ହୋଡିଂରେ ଔରଙ୍ଗାବାଦ ଶବ୍ଦକୁ ହଟାଇ ସଭାଜୀନଗର ଲେଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଯୁବକଙ୍କୁ ଖୋଜିବାକୁ ପୟାସ ଆରମ୍ଭ କରିଛି। ତଦନ୍ତ ପରେ ଯୁବକଙ୍କ ଗିରଫ କରାଯିବା ସହ ରେଳ ପ୍ରଶାସନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।