Categories: ଜାତୀୟ

କଂଗ୍ରେସକର୍ମୀଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀଙ୍କୁ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ କହିଛନ୍ତି। ଏକ୍‌ଜିଟ୍‌ ପୋଲ୍‌ ଉପରେ ବିଶ୍ୱାସ ନ କରି ନିଜ ଉପରେ ଭରସା ରଖିବାକୁ ରାହୁଲ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଦଳ ଉପରେ ଭରସା ରଖିବା ସହିତ ରାହୁଲ କହିଛନ୍ତି ଯେ, କର୍ମୀମାନେ କରିଥିବା ନିଜ ନିଜର କାର୍ଯ୍ୟ ତଥା ପରିଶ୍ରମ ଉପରେ ବିଶ୍ୱାସ ରଖିବାର ଆବଶ୍ୟକତା ରହିଛି। ସତ୍‌ ପରିଶ୍ରମ କେବେ ମଧ୍ୟ ବୃଥା ହେବ ନାହିଁ ବୋଲି ସେ କହିଛନ୍ତି।

Share