Categories: ଜାତୀୟ

କଂଗ୍ରେସକୁ ଝଟକା: ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ଦେଲେ ଇସ୍ତଫା

ଅଗରତାଲା,୨୪।୯: କଂଗ୍ରେସକୁ ତ୍ରିପୁରାରେ ଏକ ଶକ୍ତ ଝଟକା ଲାଗିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରଦ୍ୟୋତ ଦେବ ବର୍ମନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଟୁଇଟର ଜରିଆରେ ବର୍ମନ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଦଳ ଭ୍ରଷ୍ଟାଚାରୀଙ୍କୁ ଉଚ୍ଚ ପଦରେ ଅବସ୍ଥାପିତ କରୁଥିବା ନେଇ ସେ ଦଳ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କର ଇସ୍ତଫା ଓ ଅଭିଯୋଗ ଉପରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share