Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ଅହମଦାବାଦ,୫।୬: ଗୁଜରାଟରେ ରାଜ୍ୟ ସଭା ନିର୍ବାଚନ ଘୋଷଣା ହେବା ପରେ ଏବେ କଂଗ୍ରେସ ଦଳର ବିଧାୟକଙ୍କ ଇସ୍ତଫା ଦେବା ଜାରି ରହିଛି। ଗୁଜରାଟରେ ଏବେ ପର୍ଯ୍ୟନ୍ତ ପ୍ରାୟ ୮ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇ ସାରିଲେଣି। ଗୋଟିଏ ଦିନ ପୂର୍ବରୁ ୩ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବା ବେଳେ ଶୁକ୍ରବାର ଆଉଜଣେ ବିଧାୟକଙ୍କ ଇସ୍ତଫା ଦଳପାଇଁ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଛି। ମୋରବିର ବିଧାୟକ ବ୍ରିଜେଶ ମେରଜା ଶୁକ୍ରବାର ଇସ୍ତଫା ଦେଇଥିବା ବେଳେ ଗୁଜରାଟ ବିଧାନସଭାର ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିଭେଦି ଏହା ଗ୍ରହଣ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକଙ୍କ ଏଭଳି ଇସ୍ତଫା ଯଦି ଜାରି ରହିବ ତେବେ ଏଥିରୁ ଭାରତୀୟ ଜନତା ପାର୍ଟି(ଭାଜପା) ଲାଭ ଉଠାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି।

Share