Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଆପ୍‌ରେ ଯୋଗଦେଲେ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୬।୧୦: କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂ ସାହଣୀ ରବିବାର ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ଉପସ୍ଥିତିରେ ସେ ଆପରେ ସାମିଲ ହୋଇଛନ୍ତି। ଦିଲ୍ଲୀର ଚାନ୍ଦିନୀ ଚୌକରୁ ପ୍ରହ୍ଲାଦ ୪ଥର ବିଧାୟକ ଥିଲେ। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟୁ ଥିଲେ। ଏନେଇ ସେ ଦଳର ବରିଷ୍ଠ ନେତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହୋଇ ନ ଥିଲା। ଶେଷରେ ସେ ଦଳ ଛାଡିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।

Share