Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ମହାବଲ ମିଶ୍ରାଙ୍କ ପୁଅ ବିନୟ ଏଏପିରେ ସାମିଲ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ମହାବଳ ମିଶ୍ରାଙ୍କ ପୁଅ ବିନୟ ମିଶ୍ରା ସୋମବାର ଆମ୍‌ ଆଦମୀ ପାର୍ଟି(ଏଏପି)ରେ ଯୋଗଦେଇଛନ୍ତି। ବିନୟଙ୍କ ସହ ଅନ୍ୟ କିଛି ନେତା ବି ସାମିଲ ହୋଇଥିବା ଜଣାପଡ଼ିଛି। ବଦରପୁରର ପୂର୍ବତନ ବିଧାୟକ ରାମ ସିଂହ, ଜୟ ଭଗବାନ ଓ ଦୀପୁ ଚୌଧୁରୀ ମଧ୍ୟ ଏଏପିରେ ସାମିଲ ହୋଇଛନ୍ତି। ଦଳରେ ବିନୟ ଯୋଗଦେବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ବିନୟ ଦଳରେ ଯୋଗଦେବା ନେଇ ଏଏପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି ସମସ୍ତଙ୍କୁ ଜଣାଇଛନ୍ତି।

Share