ନୂଆଦିଲ୍ଲୀ,୧୯।୯: ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବା ଡ. ଅଜୟ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ସେ ଏଏପିରେ ଯୋଗ ଦେଇଥିବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଡ.ଅଜୟ ଦଳରୁ ଇସ୍ତଫା ଦେଇଥିଲେ। ଝାଡଖଣ୍ଡର ବିଧାନସଭା ପୂର୍ବରୁ ଅଜୟଙ୍କ ଇସ୍ତଫା କଂଗ୍ରେସ ପାଇଁ ବଡ ଝଟ୍କା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।