Categories: ଜାତୀୟ

କଂଗ୍ରେସକୁ ପୂରିଲା ୧୩୫ ବର୍ଷ: ଦେଶବ୍ୟାପି ‘ସମ୍ବିଧାନ ବଚାଓ, ଭାରତ ବଚାଓ’ ରାଲି

ନୂଆଦିଲ୍ଲୀ, ୨୮।୧୨: କଂଗ୍ରେସ ଶନିବାର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ମୋତିଲାଲ୍‌ ଭୋରା, ଏ.କେ. ଆଣ୍ଟୋନୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାପନା ଦିବସରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ସମ୍ବିଧାନ ବଚାଓ, ଭାରତ ବଚାଓ ରାଲି ଆୟୋଜିତ ହେଉଛି। ସୂଚନାଯୋଗ୍ୟ, ୧୮୮୫ରେ ଦାଦାଭାଇ ନାରୋଜୀ, ଏ.ଓ. ହ୍ୟୁମ୍‌ ଏବଂ ଦିନଶା ବାଚାଙ୍କ ପ୍ରୟାସରେ କଂଗ୍ରେସ ଦଳର ପ୍ରତିଷ୍ଠା କରାଯାଇଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ କଂଗ୍ରେସ ବୃହତ ରାଜନୈତିକ ଦଳ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା।

Share