Categories: ଜାତୀୟ

କଂଗ୍ରେସକୁ ମିଳିଲା ବାଚସ୍ପତି ଆସନ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆସନରେ କଂଗ୍ରେସ ନେତା ନାନା ପାଟୋଲେ ବସିଛନ୍ତି। ନିର୍ବିରୋଧରେ ସେ ଏହି ଆସନ ପାଇଛନ୍ତି। ସୂଚନାଯୋଗ୍ୟ, ପ୍ରଇମେ ବାଚସ୍ପତି ପଦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ସେ ଏଥିରୁ ଓହରି ଆସିଥିଲେ ବୋଲି ରବିବାର ସକାଳେ ଘୋଷଣା କରିଥିଲେ। ଏହାପରେ ଆଉ କେହି ପ୍ରତିଦ୍ୱନ୍ଦି ନ ଥିବାରୁ କଂଗ୍ରେସ ନେତା ନାନା ପାଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆସନରେ ବସିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ନାନା ଜଣେ କୃଷକ ପରିବାରରୁ ଆସିଥିବାରୁ ମୋର ବିଶ୍ୱାସ ରହିଛି ସେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବେ ଓ ନିଜ କାମକୁ ସୂଚାରୁରୂପେ ତୁଲାଇବେ।

Share