ନୂଆଦିଲ୍ଲୀ,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନିଜ ମତ ରଖିଛନ୍ତି। କଂଗ୍ରେସର ବୁଡ଼ିଯାଉଥିବା ନୌକାକୁ ସମ୍ଭାଳିବା ପାଇଁ ଯୁବ ଅଧ୍ୟକ୍ଷ ଦରକାର ବୋଲି ଅମରିନ୍ଦର କହିଛନ୍ତି। ରାହୁଲ ଗାନ୍ଧୀଙ୍କ ପଦ ଛାଡ଼ିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ହୋଇଥିବା ବେଳେ ଏହି ପଦ ସମ୍ଭାଳିବା ପାଇଁ ଏବେ ଜଣେ ଯୁବା ନେତାଙ୍କୁ ଚୟନ କରାଯାଉ ବୋଲି ସେ ସିଡବ୍ଲୁସିକୁ ନିବେଦନ କରିଛନ୍ତି। ଏହି ପଦ ପାଇଁ ଏଭଳି ଏକ ନେତାଙ୍କ ଆବଶ୍ୟକ ଅଛି, ଯାହାଙ୍କ କଥା ତଳସ୍ତରରୁ ଆରମ୍ଭ କରି ସାରା ବିଶ୍ୱ ଶୁଣିବା ଦରକାର।