Posted inଜାତୀୟ

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ଏହାର ବିଚାର କରି ସୁପ୍ରିମ୍‌କୋର୍ଟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ଅଧିସୂଚନାରେ ଦଖଲ ଦେବାକୁ ମନା କରିଛନ୍ତି। ଅମିତ ଶାହ ଏବଂ ସ୍ମୃତି ଇରାନୀ ଲୋକ ସଭା ଆସନରୁ ବିଜୟୀ ହେବା ପରେ ଗୁଜରାଟର ଏହି ଦୁଇ ରାଜ୍ୟ ସଭା ଆସନ ଏବେ ଖାଲି ପଡ଼ିଛି। ଏଥି ପାଇଁ ଜୁଲାଇ ୫ରେ ପୃଥକ୍‌ ପୃଥକ୍‌ ଭାବେ ନିର୍ବାଚନ କରାଯିବ। ଏହାଦ୍ୱାରା ଭାଜପା ଏହି ୨ଟି ଆସନରେ ସହଜରେ ବିଜୟୀ ହୋଇପାରିବ ବୋଲି କୁହାଯାଉଛି। ଏହାକୁ ବିରୋଧ କରି ଏକାଠି ନିର୍ବାଚନ କରାଇବାକୁ କଂଗ୍ରେସ ନେତା ପରେଶ ଭାଇ ଧନାନି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ନୋଟ୍‌ କାରବାର ଚାଲିଥିବାବେଳେ ଜବତ କଲା STF

ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍‌ ନୋଟ୍‌ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏସ୍‌ଟିଏଫ୍‌ ଟିମ...

“ଅତି ଚତୁର ବ୍ୟକ୍ତି”: ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ସି ଜିନପିଙ୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ୱାଶିଂଟନ୍, ୧୦ା୪: ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ଝଡ଼ ସୃଷ୍ଟି ହୋଇଛି, ଯାହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଡାଇବେଟିସ୍‌ ରୋଗୀ କ୍ଷୀର ପିଇ ପାରିବେ କି ନାହିଁ, ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

କ୍ଷୀର ଶରୀରକୁ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ଏବଂ ଯଦି କ୍ଷୀରରେ ଅନ୍ୟ କିଛି ପଦାର୍ଥ ମିଶାଯାଏ ତେବେ ଏହା ଆହୁରି ପୁଷ୍ଟିକର ହୋଇଯାଏ। ଏବେ ପ୍ରଶ୍ନ...

୫୦ ପରିବାରକୁ ମିଳୁନି ପିଇବା ପାଣି,ରାସ୍ତାକୁ ଓହ୍ଲାଇଲେ ମହିଳା

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ସାରା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ସମସ୍ୟା ଦେଖାଦେଇଛି l...

ନବୀନଙ୍କ ଉପରେ ବର୍ଷିଲେ ପ୍ରଭାତ, ସିଧା ଶୁଣାଇଦେଲେ…

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ...

ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ଦିନ ଯାଏ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୧୦।୪: ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା...

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକୋଲେଟ୍‌, ପାଣି ବୋତଲ

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍‌ଫେଡ୍‌) ପ୍ରସ୍ତୁତ ଚକୋଲେଟ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ...

ବିନା ନୋଟିସ୍‌ରେ ଗରିବଙ୍କ ଦୋକାନ ଧୂଳିସାତ୍‌

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍‌ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image