Categories: ଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶର କ୍ଷମତା ରାଜନୀତି ଏବେ ଦିଲ୍ଲୀ ପହଞ୍ଚିଛି। କଂଗ୍ରେସ ଦଳର ଅସନ୍ତୁଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଭାଜପା ଟିକଟରୁ ସେ ରାଜ୍ୟ ସଭାକୁ ଯିବେ ବୋଲି କୁହାଯାଉଛି। ଏହାପରେ ତାଙ୍କୁ କେନ୍ଦ୍ରୀୟମନ୍ତ୍ରୀ ଭାବେ ଭାଜପାରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଜ୍ୟୋତିରାଦିତ୍ୟ ଏଭଳି କରିଛନ୍ତି।

Share