Categories: ଜାତୀୟ

କଂଗ୍ରେସରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଖଡଗେ

ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ମିଳିବା ପରେ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ କର୍ନାଟକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟ ସଭା ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି। ଦଳ ମହାସଚିବ ମୁକୁଲ ଓ୍ବାସନିକଙ୍କ ପକ୍ଷରୁ ଜାରି କରଯାଇଥିବା ବୟାନରୁ ଜଣାପଡିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଖଡଗେଙ୍କ ନାମକୁ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, କର୍ନାଟକର ୪ ରାଜ୍ୟ ସଭା ଆସନ ଲାଗି ଜୁନ ୧୯ରେ ନିର୍ବାଚନ କରାଯିବ।

Share