Categories: ଜାତୀୟ

କଂଗ୍ରେସରେ ଇସ୍ତଫା ନାଟକ: ସଙ୍କଟରେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ଅଡି ବସିଥିଲେ। ଏହାକୁ ନେଇ ରାଜସ୍ଥାନ, ମଧ୍ୟପ୍ରଦେଶ ତଥା ଛତିଶଗଡ଼ ଆଦି ୩ ରାଜ୍ୟ ସରକାରଙ୍କ ଲାଗି ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି। ଗାନ୍ଧୀ ପରିବାରକୁ ଛାଡି ଅନ୍ୟ କେହି ଦଳର ମଙ୍ଗ ଧରିବା ଲାଗି ରାହୁଲ ପ୍ରସ୍ତାବ ଦେଇଥିଲେ। ଏହାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସମର୍ଥନ କରିଥିଲେ। ବର୍ତ୍ତମାନ ଦଳରେ ରାହୁଲଙ୍କ ବିକଳ୍ପ ନ ଥିବାରୁ ସେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ ବୋଲି ଏକ ଦଳୀୟ ବୈଠକରେ ସ୍ଥିର ହୋଇଥିଲେ ମଧ୍ୟ ରାହୁଲଙ୍କ ଯୋଗୁ ସମସ୍ୟା ଘନଉଛି। ଏହାଦ୍ୱାରା ବିରୋଧୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାହୁଲ କେତେକ ସର୍ତ୍ତ ଆଧାରରେ ଏହି ପଦବୀରେ ରହିବେ ବୋଲି ସୂଚନା ଦେଇଛନ୍ତିି। ସଂଗଠନ ଉପରେ ସମ୍ପୂର୍ଣ୍ଣ ଅଧିକାର ସର୍ତ୍ତ ରାହୁଲ ଉପସ୍ଥାପନ କରିଥିବା କୁହାଯାଉଛି।

Share