Categories: ଜାତୀୟ

କଂଗ୍ରେସରେ ନେତୃତ୍ୱ ସଙ୍କଟ ନାହିଁ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୨୨ା୨(ପି.ଟି.): ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସରେ ନେତୃତ୍ୱ ସଙ୍କଟ ନାହିଁ। ଏହାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂଗଠନ କଂଗ୍ରେସ କାର୍ଯ୍ୟକାରୀ କମିଟି ସୋନିଆ ଗାନ୍ଧୀଙ୍କୁ ଦଳ ଅଧ୍ୟକ୍ଷ ନିଯୁକ୍ତ କରିଛି ବୋଲି ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ସାନି ନିର୍ବାଚନ ନିମନ୍ତେ ଦାବି ଉଠିବା ପରେ ଦଳରେ ନେତୃତ୍ୱ ସଙ୍କଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ ଗତ ଅଗଷ୍ଟ ମାସରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ସୋନିଆ ପୁଣିଥରେ ଦଳର ନେତୃତ୍ୱ ନେଇଥିଲେ। ଅଧ୍ୟକ୍ଷ ପଦ ପାଇଁ ସାଂଗଠନିକ ନିର୍ବାଚନ କରିବାକୁ ବରିଷ୍ଠ ନେତା ଶଶୀ ଥରୁର ଏବଂ ସନ୍ଦିପ ଦୀକ୍ଷିତ କହିବା ପରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିଛି।

Share