Categories: ଜାତୀୟ

କଂଗ୍ରେସରେ ଯୋଗ ଦେଲେ ଅଳକା

ନୂଆଦିଲ୍ଲୀ,୧୨।୧୦: ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଆମ ଆଦମୀ ପାର୍ଟି(ଏଏପି) ଛାଡିଥିବା ଚାନ୍ଦନୀ ଚୌକର ବିଧାୟିକା ଅଳକା ଲାମ୍ବା ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପିସି ଚାକୋଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଶୁକ୍ରବାର ସେ କଂଗ୍ରେସରେ ଯୋଗ ଦେବାକୁ ଥିବା ବେଳେ କୌଣସି କାରଣ ବଶତଃ ଏହା ହୋଇପାରି ନ ଥିଲା। କିଛିଦିନ ହେବ ସେ ଏଏପିରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ। ହେଲେ ଏହି ଗ୍ଲାମରସ୍‌ ନେତ୍ରୀ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ସବୁର ଅନ୍ତ ଘଟାଇ ଶେଷରେ କଂଗ୍ରେସ ହାତ ଧରିଛନ୍ତି।

Share