କଂଗ୍ରେସରେ ରହିଛି, ରହିବି: ରଞ୍ଜୀବ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ନିକଟରେ ରାଜ୍ୟ ସଭାରେ ତିନ୍‌ ତଲାକ ବିଲ୍‌ ପାସ୍‌ ହେବାବେଳକୁ ସମସ୍ତ ଦଳୀୟ ଏମ୍‌ପିଙ୍କୁ ଉପସ୍ଥିତ ରହିବା ପାଇଁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମାତ୍ର ଓଡ଼ିଶାରୁ ରାଜ୍ୟ ସଭା ଯାଇଥିବା ଦଳୀୟ ନେତା ରଞ୍ଜୀବ ବିଶ୍ୱାଳ ଉପସ୍ଥିତ ରହି ନ ଥିଲେ। ଫଳରେ ସେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏନେଇ ରଞ୍ଜୀବ ବୁଧବାର କହିଛନ୍ତି ଯେ, କଂଗ୍ରେସରେ ଅଛି, ରହିବି ମଧ୍ୟ। ଉକ୍ତ ବିଲ୍‌ ପାସ୍‌ ହେବା ସମୟରେ ଦେଶ ବାହାରେ ଥିଲି। ବିଦେଶ ଯାତ୍ରା ସମୟରେ ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ଅନୁମତି ନେଇଥିଲି। ମାତ୍ର ଅନୁଚ୍ଛେଦ ୩୭୦ ସମ୍ପର୍କିତ ବିଲ୍‌ ଆସିବା ସମୟରେ ରାଜ୍ୟ ସଭାରେ ଉପସ୍ଥିତ ଥିଲି। ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଏ ପର୍ଯ୍ୟନ୍ତ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଗ୍ରହଣ କରାଯାଇନାହିଁ। ଦଳକୁ ଠିକ୍‌ଭାବେ ଚଳାଇବା ପାଇଁ ନିରଞ୍ଜନଙ୍କ ପାଖରେ ସାଂଗଠନିକ ଦକ୍ଷତା ରହିଥିବା ସେ କହିଛନ୍ତି।