Posted inଜାତୀୟ

କଂଗ୍ରେସର ଅଧା ନେତା ଭାଜପା ଯୋଗାଯୋଗରେ ଅଛନ୍ତି: ଚାଞ୍ଚଲ୍ୟକର ଖୁଲାସା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୩: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଅଛନ୍ତି। ରାହୁଲ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, କଂଗ୍ରେସ ଗତ ୩୦ ବର୍ଷ ଧରି ଗୁଜରାଟରେ କ୍ଷମତା ବାହାରେ ଅଛି, କିନ୍ତୁ ଏବେ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେ କଂଗ୍ରେସ କର୍ମୀମାନଙ୍କୁ ଏକତା ରହିବାକୁ ବାର୍ତ୍ତା ଦେଇଥିଲେ ଏବଂ ଦଳର ବିଚାରଧାରା ବିରୋଧରେ କାମ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାହୁଲ କହିଛନ୍ତି, ଗୁଜରାଟ କଂଗ୍ରେସରେ ଦୁଇ ପ୍ରକାରର ଲୋକ ଅଛନ୍ତି, ଜଣେ ଯେଉଁମାନେ ଦଳର ବିଚାରଧାରା ପ୍ରତି ପ୍ରତିବଦ୍ଧ ଏବଂ ଲୋକଙ୍କ ପାଇଁ କାମ କରୁଛନ୍ତି ଏବଂ ଦ୍ୱିତୀୟ ଯେଉଁମାନେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ସମ୍ପର୍କ ରଖିଛନ୍ତି।କଂଗ୍ରେସ ନାମରେ କାମ କରୁଥିବା କିନ୍ତୁ ଜନସାଧାରଣଙ୍କୁ ସମ୍ମାନ ଏବଂ କାମ କରୁ ନ ଥିବା ଲୋକଙ୍କୁ ଅଲଗା କରିବା ଗୁରୁତ୍ୱପୂର୍ଣ୍ଣ।

ରାହୁଲ ତାଙ୍କ ଭାଷଣରେ କହିଛନ୍ତି, କଂଗ୍ରେସରେ ନେତାଙ୍କ ଅଭାବ ନାହିଁ, କିନ୍ତୁ ସଂଗଠନକୁ ମଜଭୁତ କରିବାର ଆବଶ୍ୟକତା ଅଛି। ଯେପର୍ଯ୍ୟନ୍ତ କଂଗ୍ରେସ ତାର ଦାୟିତ୍ୱ ନିର୍ବାହ ନ କରେ, ସେପର୍ଯ୍ୟନ୍ତ ଗୁଜରାଟର ଲୋକମାନେ ନିର୍ବାଚନରେ ଦଳକୁ ସମର୍ଥନ କରିବେ ନାହିଁ। ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଏକତ୍ରିତ ହୋଇ ଲୋକଙ୍କ ସେବା କରିବାକୁ ଆହ୍ବାନ କରିଥିଲେ।

ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲଙ୍କ ବିଷୟରେ ଉଲ୍ଲେଖ କରି ସେ କହିଥିଲେ,ଏହି ମହାନ ନେତାମାନେ କଂଗ୍ରେସର ମଜଭୁତ ମୂଳଦୁଆ ସ୍ଥାପନ କରିଥିଲେ। ଗୁଜରାଟ ବର୍ତ୍ତମାନ ଫସି ରହିଛି ଏବଂ ଏହାକୁ ସଠିକ ଦିଗ ଦେଖାଇବା ଆବଶ୍ୟକ। ଆମେ ଗୁଜରାଟର ଯୁବକ, କୃଷକ, ବ୍ୟବସାୟୀ ଏବଂ ମହିଳାଙ୍କ ପାଇଁ ଆସିଛୁଏବଂ ସେମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri