Categories: ଜାତୀୟ

କଂଗ୍ରେସର ନାଁ ବଦଳାଇବାକୁ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୬: କଂଗ୍ରେସରେ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା ନେତା କୈଳାଶ ବିଜୟଭର୍ଗିୟ ପରିହାସ କରିବା ଭଳି ଏକ ଟିପ୍ପଣୀ ଦେଇଛନ୍ତି। ଟୁଇଟ୍‌ କରି ବିଜୟଭର୍ଗିୟ କହିଛନ୍ତି, କଂଗ୍ରେସରେ ଯେଉଁଭଳି ଇସ୍ତଫା ଦେବା ପ୍ରକ୍ରିୟା ଚାଲିଛି ତାକୁ ଦେଖି ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସ(ଆଇଏନ୍‌ସି)ନିଜ ନାଁ ପରିବର୍ତ୍ତନ କରି ଇସ୍ତଫା ନ୍ୟାଶନାଲ କଂଗ୍ରେସ କରିଦେବା କଥା। ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ନେଇ ଦଳ ମଧ୍ୟରେ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ପାଖାପାଖି ୧୫୦ ଜଣ କଂଗ୍ରେସ ନେତା ଇସ୍ତଫା ଦେଇ ସାରିଲେଣି।

Share