କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଶନିବାର କଂଗ୍ରେସ ୧୩୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦଳ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ’ ବାର୍ତ୍ତା ନେଇ ଦେଶବ୍ୟାପୀ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଛି। ଏଥିସହ ଦଳ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛି। ସିଏଏ, ଏନ୍‌ଆର୍‌ସି, ମାନ୍ଦାବସ୍ଥା, ଆଳୁ ଏବଂ ପିଆଜର ଦରବୃଦ୍ଧିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଦଳୀୟ କର୍ମୀ ନାରାବାଜି କରିଥିଲେ। ଏଥିରେ ଦଳର ପ୍ରମୁଖ ନେତାମାନଙ୍କ ସହ କର୍ମୀମାନେ ସାମିଲ ହୋଇଥିଲେ।

ପ୍ରକାଶଯୋଗ୍ୟ, ୧୮୮୫ରେ ଦାଦାଭାଇ ନାରୋଜୀ, ଏ.ଓ.ହ୍ୟୁମ୍‌ ଏବଂ ଦିନଶା ବାଚାଙ୍କ ପ୍ରୟାସରେ କଂଗ୍ରେସ ଦଳର ପ୍ରତିଷ୍ଠା କରାଯାଇଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ କଂଗ୍ରେସ ବୃହତ ରାଜନୈତିକ ଦଳ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରତିଷ୍ଠା ଦିବସକୁ ନେଇ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିଛନ୍ତି।

Share