Categories: ଜାତୀୟ

କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ରାହୁଲ: ଶିବରାଜ

ମୁମ୍ବାଇ,୨୮।୬: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶିବରାଜ କହିଛନ୍ତି, କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ରାହୁଲ। ତେବେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଶିବରାଜ ଏହି କଥା କହିଛନ୍ତି। ଗତ ବୁଧବାର ମଧ୍ୟ ଶିବରାଜ କହିଥିଲେ, ଯେତେବେଳେ ଗୋଟିଏ ଜାହାଜ ବୁଡିବାକୁ ଯାଉଥାଏ ସେତେବେଳେ କ୍ୟାପଟେନ୍‌ ଏହାକୁ ବଞ୍ଚାଇବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ହେବେ କଂଗ୍ରେସର କ୍ୟାପଟେନ୍‌ ବା ଅଧ୍ୟକ୍ଷ ରାହୁଲ ଦଳର ସଙ୍କଟ ପରିସ୍ଥିତିରେ ଜାହଜରୁ ଲମ୍ଫ ମାରିବାକୁ ଯାଉଛନ୍ତି। ଯାହା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସାମ୍ନା କରିବା ପରେ ଏବେ ଦଳର ସ୍ଥିତିକୁ ମଜଭୁତ କରିବାକୁ ଚାଲିଛି ମାନସ ମନ୍ଥନ।

Share