Categories: ଜାତୀୟ

କଂଗ୍ରେସର ଭବିଷ୍ୟତ ଅନିଶ୍ଚିତ:ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୯।୧୦:କଂଗ୍ରେସ ଏପର୍ଯ୍ୟନ୍ତ ନିର୍ବାଚନ ପରାଜୟକୁ ଭୁଲି ପାରିନାହିଁ। ଏବେ ବି ଦଳ ସଂଘର୍ଷ ଦେଇ ଗତି କରୁଛି, ଆଗକୁ ଏମିତି ଜାରି ରହିଲେ ଦଳର ଭବିଷ୍ୟତ ଅନିଶ୍ଚିତ ହୋଇଯିବ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସଲମାନ ଖୁର୍ସିଦ କହିଛନ୍ତି। ହରିୟାଣା ଏବଂ ମହାରାଷ୍ଟ୍ର ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳର ବିଜୟ ସମ୍ଭବନା ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଦଳର ବର୍ତ୍ତମାନର ସ୍ଥିତି ଏଭଳି ହୋଇପଡିଛି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ମଧ୍ୟ କଷ୍ଟକର ବୋଲି ଏକ ସାକ୍ଷାତକାରରେ ଏହା କହିଛନ୍ତି। ବାସ୍ତବରେ ଆମେ ପରାଜୟକୁ ଏପର୍ଯ୍ୟନ୍ତ ବିଶ୍ଲେଷଣ କରିପାରୁ ନାହୁଁ କି କାହିଁକି ହାରିଲୁ। ଯେଉଁ ପର୍ଯ୍ୟନ୍ତୁ ଏହାକୁ ନ ଭୁଲି ଆଗକୁ ନ ବଢିବ ସେ ପର୍ଯ୍ୟନ୍ତ କୌଣସି ଯୋଜନା ପ୍ରସ୍ତୁତ କରିହେବ ନାହିଁ ବୋଲି ସେ କହିଛନ୍ତି।

Share