Categories: ଜାତୀୟ

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ସିଭିଲ ସୋସାଇଟିର ପ୍ରତିନିଧଙ୍କ ସହ ହେଲା ବୈଠକ

ନୂଆଦିଲ୍ଲୀ,୨୨ ।୮: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ଦିଲ୍ଲୀର କନଷ୍ଟିଚ୍ୟୁଏଶନ କ୍ଲବ ଅଫ୍ ଇଣ୍ଡିଆରେ ସାରା ଦେଶର ସିଭିଲ ସୋସାଇଟିର ପ୍ରତିନିଧି ଓ ବଡ ବଡ ବ୍ୟକ୍ତି ବିଶେଷଙ୍କ ସହ ବୈଠକ ହୋଇଛି । ଏହି ବୈଠକରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ବି ପହଞ୍ଚିଥିଲେ । ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ କଥା ହୋଇଥିଲେ । କଂଗ୍ରେସ ୭ ସେପ୍ଟେମ୍ବରରେ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିବ । ଏଥିପାଇଁ ଦଳ ସିଭିଲ ସୋସାଇଟିର ପ୍ରତିନିଧି ଓ ସାଧାରଣ ଲୋକଙ୍କ ଦାବିକୁ ଉପସ୍ଥାପନ କରୁଥିବା ସମସ୍ତ ଲୋକଙ୍କୁ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଇଛି ।
କଂଗ୍ରେସର ଏହି ଯାତ୍ରା କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିବ । ଯାହାକୁ ନେଇ ସୋମବାର ସିଭିଲ ସୋସାଇଟିର ପ୍ରତିନିଧିଙ୍କ ସହ ବିଚାର ବିମର୍ଶ କରାଯାଇଛି । କଂଗ୍ରେସ ଗତ ସପ୍ତାହରେ ଏହି ଯାତ୍ରା ସମ୍ପର୍କରେ ଘୋଷଣା କରିଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସମେତ ଦଳର କର୍ମୀ ଓ ନେତା ଭାଗ ନେବେ ।

Share