Categories: ଜାତୀୟ

କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

ନୂଆଦିଲ୍ଲୀ,୧।୧୨: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟର ମହାବିକାଶ ଅଘାଡି ସରକାର ଉପରେ ଏବେ ସମସ୍ତଙ୍କ ନଜର। ଏଥିରେ ଏବେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ବାଚସ୍ପତି ଆସନ ମିଳିଛି କଂଗ୍ରେସକୁ। ଏହାପରେ କଂଗ୍ରେସ ଦଳ ମଧ୍ୟରେ ଆଲୋଚନା ହେଲାଣି କି ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ପଦରେ ବସି ପାରନ୍ତି ରାହୁଲ ଗାନ୍ଧୀ। ଏହା ପଛରେ କାରଣ ମଧ୍ୟ ରହିଛି। ମହାରାଷ୍ଟ୍ର ସରକାରରେ ବାଲାସାହେବ ଥୋରାଟ ଓ ନୀତୀନ ରାଉତଙ୍କୁ ମନ୍ତ୍ରୀପଦ ମିଳିଛି। ଏହାସହ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମଧ୍ୟ ବାଚସ୍ପତି ପଦ ମିଳିଛି। କିନ୍ତୁ ପ୍ରଥମରୁ ବାଚସ୍ପତି ପଦ ପାଇଁ ପୃଥ୍ବୀରାଜ ଚୌହାନଙ୍କ ନାଁ ଆଲୋଚନା ହେଉଥିବା ବେଳେ ଶେଷରେ କିନ୍ତୁ ରାହୁଲ, ନାନା ପାଟୋଲେ ଓ ନୀତୀନ ରାଉତଙ୍କୁ ବାଚସ୍ପତି ପଦ ପାଇଁ ବାଛିଥିଲେ। ଆଉ ଏବେ ନାନା ବାଚସ୍ପତି ହୋଇଛନ୍ତି। ଏଥିରୁ ଅନୁମାନ କରାଯାଉଛି କି ଏହାପରେ ହୁଏତ ରାହୁଲ କଂଗ୍ରେସର ମଙ୍ଗ ପୁଣିଥରେ ଧରିପାରନ୍ତି।

Share